ବିଶିଷ୍ଟ ସମାଜସେବୀ କାବ୍ୟା ପ୍ରିୟା ଧଳ ଓଡ଼ିଶାର ଏକ ଘରୋଇ ବିଶ୍ୱବିଦ୍ୟାଳୟର ପରିଚାଳନା ବିଭାଗରୁ ଡକ୍ଟର ଅଫ୍ ଫିଲୋସଫି (ପିଏଚ୍ଡି) ଡିଗ୍ରୀ ହାସଲ କରିଛନ୍ତି। ତାଙ୍କର ଡକ୍ଟରାଲ୍ ଗବେଷଣାର ବିଷୟବସ୍ତୁ ସମକାଳୀନ ଭାରତରେ ସମାବେଶୀ ଶିକ୍ଷା, ସାମାଜିକ ପରିବର୍ତ୍ତନ ଓ ମାନବ ବିକାଶର ଏକ ତୁଳନାତ୍ମକ ଅଧ୍ୟୟନ ଉପରେ ଆଧାରିତ। ଏଥିରେ ଶିକ୍ଷା, ସାମାଜିକ ପରିବର୍ତ୍ତନ ଓ ମାନବ ବିକାଶର ବିଭିନ୍ନ ପ୍ରମୁଖ ଦିଗକୁ ଅଧ୍ୟୟନ କରାଯାଇଛି।
ଏହି ଅବସରରେ ଡ. କାବ୍ୟା ପ୍ରିୟା ଧଳ ତାଙ୍କର ଗବେଷଣା ଯାତ୍ରାରେ ସହଯୋଗ, ମାର୍ଗଦର୍ଶନ ଓ ଉତ୍ସାହ ପାଇଁ ତାଙ୍କର ଶିକ୍ଷାଗୁରୁ, ପରିବାରବର୍ଗ ଓ ଶୁଭେଚ୍ଛୁମାନଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ଏହି ପିଏଚ୍ଡି ଡିଗ୍ରୀ ତାଙ୍କର ବୃତ୍ତିଗତ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଏକାଡେମିକ୍ ମାଇଲ୍ଷ୍ଟୋନ୍ ଭାବେ ପରିଗଣିତ ହୋଇଛି। ଏହା ତାଙ୍କର ସାମାଜିକ ପ୍ରସଙ୍ଗ ସମ୍ପର୍କିତ କାର୍ଯ୍ୟ ଓ ସଂପୃକ୍ତତାକୁ ଏକ ଗବେଷଣାଭିତ୍ତିକ ନୂତନ ଦିଗ ପ୍ରଦାନ କରିଛି।
କାବ୍ୟ ପ୍ରିୟା ଯୁବ ସମାଜ ପାଇଁ ଏକ ପ୍ରେରଣାଦାୟକ ବ୍ୟକ୍ତିତ୍ୱ। ଯାଜପୁରର ଦାଶରଥପୁରରୁ ଆସି ସେ କିଟ ବିଶ୍ବବିଦ୍ୟାଳୟରୁ ପିଏଚଡି ହାସଲ କରିଛନ୍ତି ଏବଂ ସମାବେଶୀ ଶିକ୍ଷା, ସାମାଜିକ ପରିବର୍ତ୍ତନ ଓ ମାନବ ବିକାଶ ଉପରେ ଗବେଷଣା କରିଛନ୍ତି। ବନ୍ୟା ସମୟରେ ସେ ନିସ୍ବାର୍ଥପର ଭାବେ ଲୋକଙ୍କ ପାଖରେ ପହଞ୍ଚିଛନ୍ତି, ଆଉ ସହାୟତାର ହାତ ବଢାଇଛନ୍ତି। ବନ୍ୟା ପ୍ରଭାବିତ ପରିବାରମାନଙ୍କୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ସହାୟତା କରିଛନ୍ତି ଏବଂ ସରକାରୀ ବିଦ୍ୟାଳୟମାନଙ୍କରେ ଶୁଦ୍ଧ ପାନୀୟ ଜଳ ପାଇଁ ପ୍ୟୁରିଫାୟର ଟ୍ୟାଙ୍କ ସ୍ଥାପନ କରିଛନ୍ତି। ଶିକ୍ଷାର ବିକାଶ ପାଇଁ ତାଙ୍କର ସମର୍ପଣ ବିଶେଷ ଉଲ୍ଲେଖଯୋଗ୍ୟ। ଭଗବାନଙ୍କ ପ୍ରତି ଗଭୀର ଭକ୍ତି ସହିତ ସେ ଯୁବପିଢ଼ିଙ୍କୁ ଶିଖାଉଛନ୍ତି ଯେ ଶିକ୍ଷା ଓ ସମାଜ ସେବା ଦ୍ୱାରା ଜୀବନକୁ ପରିବର୍ତ୍ତନ କରାଯାଇପାରେ। ତାଙ୍କ କାର୍ଯ୍ୟ ଯୁବମାନଙ୍କୁ ଆତ୍ମବିଶ୍ୱାସ ଓ ସେବା ମନୋଭାବ ଶିଖାଉଛି।
ଶିକ୍ଷା କେବଳ ଜଣେ ବ୍ୟକ୍ତିଙ୍କ ଜୀବନକୁ ପରିବର୍ତ୍ତନ କରେ ନାହିଁ, ଏହା ସମଗ୍ର ସମାଜକୁ ରୂପାନ୍ତରିତ କରି ସମୃଦ୍ଧ, ଶାନ୍ତିପୂର୍ଣ୍ଣ ଓ ପ୍ରଗତିଶୀଳ ରାଷ୍ଟ୍ର ଗଢି ତୋଳେ। ସେହିଭଳି ଗୁରୁଙ୍କ ଆଶୀର୍ବାଦ ହେଉଛି ଜୀବନର ସବୁଠାରୁ ବଡ ଶକ୍ତି। ତାଙ୍କର ଶିକ୍ଷା, ସ୍ନେହ ଓ ସଂସ୍କାର ଆମକୁ ଭଲ ମଣିଷ ହେବାର ପ୍ରେରଣା ଦିଏ’। ସେ ଯୁବ ସମାଜ ଓ ଛାତ୍ରଛାତ୍ରୀଙ୍କୁ ଏଭଳି ବାର୍ତ୍ତା ମଧ୍ୟ ଦେଇଥାନ୍ତି।

