ଆର୍ନ୍ତଜାତିକ ଅଲିମ୍ପିକ୍ କମିଟିର ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଭାବେ ସୋଆର ଡାକ୍ତର ମନୋନୀତ

ଭୁବନେଶ୍ୱର, ଜୁନ୍ ୨୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ମାନସିକ ରୋଗ ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ଲଗ୍ନଜିତ ଦାଶ ଲୁଜାନ ସ୍ଥିତ ଆର୍ନ୍ତଜାତିକ ଅଲିମ୍ପିକ୍ କମିଟି ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଭାବେ ମନୋନୀତ ହୋଇଛନ୍ତି ।

ଡାକ୍ତର ଦାଶ ଦୁଇଟି ପର୍ଯ୍ୟାୟରେ ବିଭିନ୍ନ ମାନଦଣ୍ଡକୁ ଭିତି କରି କ୍ରୀଡାବିତ୍ ମାନଙ୍କର ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଭାବେ ଯୋଗ୍ୟତା ହାସଲ କରିଛନ୍ତି । ଆର୍ନ୍ତଜାତିକ ଅଲିମ୍ପିକ୍ କମିଟିର ଅଧ୍ୟକ୍ଷ କିର୍‌ଷ୍ଟି କୋଭେନ୍‌ଟ୍ରି ଏବଂ ଏହାର ସ୍ୱାସ୍ଥ୍ୟ, ଭେଷଜ ଓ ବିଜ୍ଞାନ କମିଶନ ଚେୟାର ଡାକ୍ତର ରବିନ୍ ଇ. ମିଚେଲଙ୍କ ସ୍ୱାକ୍ଷର ଥିବା ଏହି ପ୍ରମାଣପତ୍ର ଡାକ୍ତର ଦାଶଙ୍କୁ ମିଳିଛି ।

ତାଙ୍କର ଏହି ସଫଳତା ପାଇଁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ପ୍ରଫେସର ନାୟକଙ୍କୁ ଡାକ୍ତର ଦାଶ ସାକ୍ଷାତ୍ କରି ତାଙ୍କର ଆର୍ଶୀବାଦ ଗ୍ରହଣ କରିଛନ୍ତି । ଏହି ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ, କ୍ୟାମ୍ପସ୍ -୨ ଫୁଲନଖରାର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *