ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Advertisement

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ କଳିଙ୍ଗ ନଗର କ୍ୟାମ୍ପସ୍‌ରେ ନୂତନ ଷ୍ଟାଡିୟମରେ ରବିବାର ସକାଳ ୬ଟାରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଏହି ଅବସରରେ ବିଶିଷ୍ଟ ନ୍ୟୁରୋସର୍ଜନ ତଥା ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର (ସ୍ୱାସ୍ଥ୍ୟ ବିଜ୍ଞାନ) ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବ ଛାତ୍ରଛାତ୍ରୀମାନ ପରିବର୍ତିତ ଜୀବନ ଶୈଳୀର ସେମାନଙ୍କ ଉପରେ ପକାଉଥିବା କୁପ୍ରଭାବ ଉପରେ ବୁଝାଇଥିଲେ ଏବଂ ଯୋଗ ଅଭ୍ୟାସ କିପରି ସେମାନଙ୍କର ଶାରୀରିକ, ମାନସିକ, ସାମାଜିକ ଏବଂ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟକୁ ପରିବର୍ତିତ କରିପାରିବ ସେକଥା ସେ ବିଷୟରେ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ସୋଆର ଇଂଟରନ୍ୟାସନାଲ ରିଲେସନ୍ସ ଆଣ୍ଡ ୟୁନିଭର୍ସିଟି ଆଉଟରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର (ଡଃ) ନଚିକେତା ଶର୍ମା, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଏବଂ ସୋଆ ଏନ.ଏସ.ଏସ. କାର୍ଯ୍ୟକ୍ରମ ସଂଯୋଜକ ଡଃ କମଳ ଲୋଚନ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ । ଯୋଗ ଶିକ୍ଷକ ଶ୍ରୀ ଅଖିଳ ଚନ୍ଦ୍ର ରଣା ଅନ୍ୟ ଯୋଗ ପ୍ରଶିକ୍ଷକମାନଙ୍କ ସହାୟତାରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଯୋଗାସନ ଏବଂ ପ୍ରାଣାୟମ ଅଭ୍ୟାସ କରିବାରେ ସାହାଯ୍ୟ କରିଥିଲେ ।

Advertisement

ସ୍ୱାସ୍ଥ୍ୟ ଓ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମ ସୋଆର ଏନ.ଏସ.ଏସ. କାର୍ଯ୍ୟକ୍ରମ ଅଧିକାରୀ ଡଃ ସରୋଜ କୁମାର ମହାନ୍ତି, ଡଃ ନୀତିଶ କୁମାର ଜେନା, ଡଃ ମାନସ କୁମାର ପଟେଲ, ଡଃ ଭୀମସେନ ଭୋଳ, ଡଃ କନକଲତା ଓଝା, ଶ୍ରୀମତୀ ପଦ୍ମଜା ପଟେଲ, ଅନ୍ୟ ଅଧ୍ୟାପକ, ଛାତ୍ରଛାତ୍ରୀ ଓ ଏନ.ଏସ.ଏସ. ସ୍ୱେଚ୍ଛାସେବୀମାନଙ୍କ ଉପସ୍ଥିତିରେ ସଫଳତାର ସହିତ ସମାପ୍ତ ହୋଇଥିଲା ।

Advertisement

Leave a Reply

Your email address will not be published. Required fields are marked *