ଜେଲକୁ ଘାଇଲା କଲେଣି ମାରାତ୍ମକ ରୋଗୀ

Advertisement

ଝାରପଡା ସ୍ୱତନ୍ତ୍ର କାରାଗାରରେ ଆଉ ଜଣେ ଏଚ୍‌ଆଇଭି ପଜିଟିଭ୍ ଅନ୍ତବାସୀ ଚିହ୍ନଟ ହୋଇଛନ୍ତି। ଏହା ସହ ଜେଲରେ ଏଚ୍‌ଆଇଭି ସଂକ୍ରମିତ କଏଦୀଙ୍କ ସଂଖ୍ୟା ୮ରୁ ବଢ଼ି ୯ରେ ପହଞ୍ଚିଛି। ଗତକାଲି ଏକ ଚୋରି ମାମଲାରେ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଥିବା ଅଭିଯୁକ୍ତ ମିର୍ଜା ଟୁଲୁ ବେଗଙ୍କୁ କୋର୍ଟ ଚାଲାଣ ପରେ ଝାଡ଼ାପଡା ଜେଲକୁ ପଠାଯାଇଥିଲା। ଜେଲରେ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ସେ ଏଚ୍‌ଆଇଭି ପଜିଟିଭ୍ ଥିବା ଜଣାପଡ଼ିଛି। ଫଳରେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଓ ପୃଥକ ବ୍ୟବସ୍ଥାରେ ରଖି ନିୟମାନୁସାରେ ପଦକ୍ଷେପ ଗ୍ରହଣ କରୁଛନ୍ତି। ପୂର୍ବରୁ ୮ ଜଣ HIV ପଜିଟିଭ ରୋଗୀ ଜେଲରେ ରହିଥିଲେ ।

ସେପଟେ ଏ ତଥ୍ୟ ଯେତିକି ଗମ୍ଭୀର, ସେତିକି ଚିନ୍ତାଜନକ ମଧ୍ୟ। ରାଜ୍ୟରେ ଥିବା ୮୭ ଜେଲରେ ରହିଛନ୍ତି ୨୦୫୪ ମାନସିକ ରୋଗୀ । କାଲକୋଠରୀ ଭିତରେ ରହି ଅବସାଦଗ୍ରସ୍ତ ହୋଇଯାଉଛନ୍ତି। କେତବେଳେ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ତ ଆଉ କେତବେଳେ ପାଣି ଫୋଟକା ଭଳି ଚାଲିଯାଉଛି ଅନ୍ତେବାସୀଙ୍କ ଜୀବନ । ବିଗତ ୫ ବର୍ଷରେ ଜେଲ ଭିତରେ ୩୭୦ ରୁ ଅଧିକ ବନ୍ଦୀଙ୍କ ମୃତ୍ୟୁ ହୋଇଛି । କିନ୍ତୁ ପରିତାପର ବିଷୟ ହେଉଛି ପାଖାପାଖି ୨୧ ଶହ ରୋଗୀଙ୍କ ପାଇଁ ରହିଛନ୍ତି ଜଣେ ମାତ୍ର ମାନସିକ ରୋଗ ବିଶେଷଜ୍ଞ । ଯାହାକୁ ନେଇ ବିଭିନ୍ନ ମହଲରୁ ଉଦବେଗ ପ୍ରକାଶ ପାଇଛି । ଜେଲ ବିଭାଗ ତୁରନ୍ତ ଏଭଳି ଗୁରୁତର ସମସ୍ୟା ସମ୍ପର୍କରେ ଅବଗତ ହେବା ସହ, ଜିଲ୍ଲା ପିଛା ଜଣେ ମାନସିକ ରୋଗୀ ବିଶେଷଜ୍ଞ ଙ୍କୁ ନିଯୁକ୍ତି ଦେବାକୁ ଦାବି କରିଛନ୍ତି।

Advertisement

ସାରା ଓଡ଼ିଶାର ୨୫ଟି ଜେଲରେ ୭୦ ଜଣ ଏଚଆଇଭି ଆକ୍ରାନ୍ତ ବିଭାଗ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏଡ୍ସ ରୋଗୀଙ୍କ ନିୟମିତ ଚିକିତ୍ସା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ଜେଲ ଡିଜି । ୨୪୯ ଜଣ ହୃଦଘାତ ରୋଗୀ , ୧୮୪୫ ଜଣ ଉଚ୍ଚ ରକ୍ତଚାପ ରୋଗୀ ସାରା ଓଡ଼ିଶାର ଜେଲରେ ରହିଛନ୍ତି । ସେପରି ୧୦ ଜଣ କ୍ୟାନ୍ସର ରୋଗୀ ଓ ୧୪୦ କିଡ୍ନୀ ରୋଗୀ ଚିକିତ୍ସିତ ହେଉଛନ୍ତି। ସେପଟେ ମାନସିକ ରୋଗ ଚିକିତ୍ସକଙ୍କ ନିଯୁକ୍ତି ବିଲମ୍ଭ ହେଉଥିବା ବେଳେ ଜେଲରେ ମନସ୍ତତ୍ୱବିତଙ୍କୁ ନିୟୋଜିତ କରାଯିବାର ଆବଶ୍ୟକତା ଥିବା କହିଛନ୍ତି ବିଶେଷଜ୍ଞ ।

Advertisement

Leave a Reply

Your email address will not be published. Required fields are marked *