ଓଡ଼ିଶାରେ ପ୍ରଥମ: ଆଇଏମ୍‌ଏସ୍ ଓ ସମ୍ ହସ୍ପିଟାଲରେ ଅତ୍ୟାଧୁନିକ ମଲିକ୍ୟୁଲାର ଡାଏଗ୍ନୋସିସ୍ ଓ ଜିନୋମିକ୍ସ ଲ୍ୟାବ୍‌

Advertisement


ଭୁବନେଶ୍ୱର, ଜୁଲାଇ ୯: କକର୍ଟ ରୋଗ ଓ ବଂଶଗତ ରୋଗର ସଠିକ୍ ନିର୍ଣ୍ଣୟ ଓ ବ୍ୟକ୍ତି କୈନ୍ଦ୍ରିକ ଚିକିତ୍ସା (ପ୍ରିସିଜନ୍ ମେଡିସିନ୍‌) କ୍ଷେତ୍ରରେ ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଭାବେ ଶିକ୍ଷା \’ଓ\’ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଏକ ଐତିହାସିକ ସଫଳତା ହାସଲ କରିଛି । ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ରାଜ୍ୟର ପ୍ରଥମ ହସ୍ପିଟାଲ୍ ଭାବେ ଏକ ସଂପୂର୍ଣ୍ଣ ଇନ୍‌-ହାଉସ୍ ଜିନୋମିକ୍ସ ଲ୍ୟାବ୍ ସ୍ଥାପନ କରିଛି । ଏହା ଫଳରେ ଅତ୍ୟାଧୁନିକ ଜିନୋମିକ୍ ପରୀକ୍ଷା ପାଇଁ ରୋଗୀମାନଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ ।

ନେକ୍ସଟ ଜେନେରେସନ୍ ସିକ୍ୱେନ୍ସିଂ (ଏନ୍‌ଜିଏସ୍‌), ସାଇଟୋଜେନେଟିକ, ଫ୍ଲୁରେସେନ୍ସ ଇନ୍ ସିଟୁ ହାଇବ୍ରିଡାଇଜେସନ୍ (ଏଫ୍‌ଆଇଏସ୍‌ଏଚ) ଏବଂ ଅନ୍ୟ ମଲିକ୍ୟୁଲାର ପରୀକ୍ଷାଗୁଡ଼ିକ ଏହି ଅତ୍ୟାଧୁନିକ ଜିନୋମିକ୍ ପରୀକ୍ଷଣ ଲ୍ୟାବ୍‌ରେ କରାଯାଉଥିବା ସୂଚନା ଦେଇଛନ୍ତି ହସ୍ପିଟାଲର ମଲିକ୍ୟୁଲାର ଡାଏଗ୍ନୋସିସ୍ ଆଣ୍ଡ ଜିନୋମିକ୍ସ ବିଭାଗର ମୁଖ୍ୟ ଡାକ୍ତର ଶିବାଙ୍ଗୀ ହାରଣଖେଡକର । ଡାକ୍ତର ହାରଣଖେଡକର କହିଛନ୍ତି ଯେ ବିଭିନ୍ନ ଅଣୁସ୍ତରୀୟ ପରୀକ୍ଷା ଇତ୍ୟାଦି ସୁବିଧାରେ ସୁସଜ୍ଜିତ ଏହି ଲ୍ୟାବ୍ କର୍କଟ ରୋଗ, ରକ୍ତ ସମ୍ବନ୍ଧୀୟ ରୋଗ ଏବଂ ବଂଶଗତ ରୋଗର ସଠିକ୍ ନିର୍ଣ୍ଣୟ, ରୋଗର ପ୍ରକୃତ ନିର୍ଦ୍ଧାରଣ ଓ ଚିକିତ୍ସାର ଅଗ୍ରଗତି ଉପରେ ନଜର ରଖିବାରେ ସହାୟକ ହେଉଛି ।

Advertisement

କର୍କଟ ରୋଗର ଚିକିତ୍ସା ଏବେ କେବଳ ମାଇକ୍ରୋସ୍କୋପ୍‌ରେ ଦେଖାଯାଉଥିବା ଚିତ୍ର ଉପରେ ନିର୍ଭର କରୁନାହିଁ । ଜେନେଟିକ୍ ସୂଚନାର ବିଶ୍ଳେଷଣ ମାଧ୍ୟମରେ ରୋଗର ପ୍ରକୃତ କାରଣ ଜାଣି ବ୍ୟକ୍ତି କୈନ୍ଦ୍ରିକ ଚିକିତ୍ସା ସମ୍ଭବ ହେଉଛି । ଆମେ ପ୍ରିସିଜନ୍ ମେଡିସିନ୍‌ର ଯୁଗରେ ପ୍ରବେଶ କରିଛୁ,\” ବୋଲି ସେ କହିଛନ୍ତି । ଏମ୍ସ, ନୂଆଦିଲ୍ଲୀ ଏବଂ ମୁମ୍ବାଇସ୍ଥିତ ଟାଟା ମେମୋରିଆଲ୍ ହସ୍ପିଟାଲର ଆଡ୍‌ଭାନ୍‌ସଡ ସେଂଟର ଫର ଟ୍ରିଟମେଂଟ, ରିସର୍ଚ୍ଚ ଆଣ୍ଡ ଏଜୁକେସନ୍‌ରେ ପ୍ରଶିକ୍ଷଣପ୍ରାପ୍ତ ଡାକ୍ତର ହାରଣଖେଡକର କହିଛନ୍ତି ପୂର୍ବରୁ ଓଡ଼ିଶାର ରୋଗୀମାନେ ଉନ୍ନତ ଜିନୋମିକ୍ ପରୀକ୍ଷା ପାଇଁ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ କିମ୍ବା ବେଙ୍ଗାଲୁରୁ ଭଳି ସହର ଉପରେ ନିର୍ଭର କରୁଥିଲେ । ବର୍ତମାନ ଏହି ସୁବିଧା ଭୁବନେଶ୍ୱରରେ ଉପଲବ୍ଧ ହୋଇଥିବାରୁ ରୋଗୀମାନଙ୍କ ସମୟ ଓ ଖର୍ଚ୍ଚ ଉଭୟ ହ୍ରାସ ପାଇବ ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ବର୍ତମାନ ଓଡ଼ିଶାର ଏକମାତ୍ର ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ଯେଉଁଠାରେ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ଜିନୋମିକ୍ସ ଲ୍ୟାବ୍ ରହିଛି । ଏହା କେବଳ ରୋଗୀ ସେବା ନୁହେଁ ମାତ୍ର ଡାକ୍ତରୀ ଛାତ୍ରଛାତ୍ରୀ, ସ୍ନାତକୋତର ଓ ସୁପରସ୍ପେଶାଲିଟି ରେସିଡେଂଟଙ୍କ ପାଇଁ ଉନ୍ନତ ପ୍ରଶିକ୍ଷଣ ଏବଂ ଗବେଷଣାର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ ହୋଇଛି । ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି, ଓଡ଼ିଶାର ବିଭିନ୍ନ ସ୍ଥାନରୁ ଏହି ଲ୍ୟାବକୁ ନମୁନା ଆସୁଥିବାରୁ ରୋଗୀମାନଙ୍କୁ ଆଉ ଦୂର ସହରକୁ ନମୁନା ପଠାଇବାକୁ ପଡ଼ୁନାହିଁ । ଏହା ଦ୍ୱାରା ରିର୍ପୋଟ ଶୀଘ୍ର ମିଳିବା ସହିତ ଦୁର୍ଗମ ଅଂଚଳର ରୋଗୀମାନେ ମଧ୍ୟ ଉନ୍ନତ ଜେନେଟିକ୍ ସେବାର ସୁବିଧା ପାଇପାରୁଛନ୍ତି ।

ଅତ୍ୟାଧୁନିକ ସିକ୍ୱେନ୍ସିଂ ପ୍ଲାଟଫର୍ମ, ପିସିଆର, ଏଫ୍‌ଆଇଏସ୍‌ଏଚ, ସାଇଟୋଜେନେଟିକ୍ସ ଓ ଅନ୍ୟାନ୍ୟ ଅଣୁସ୍ତରୀୟ ପ୍ରଯୁକ୍ତିକୁ ଏକାଠି କରି ଆଇଏମ୍‌ଏସ୍ ଓ ସମ୍ ହସ୍ପିଟାଲ୍ ଓଡ଼ିଶାରେ ଜିନୋମିକ୍ ମେଡିସିନ୍ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଆରମ୍ଭ କରିଛି ବୋଲି ପ୍ରଫେସର (ଡାକ୍ତର) ସାମନ୍ତସିଂହାର କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *