ନେତା ହେବ ତ ଏମିତି..

Advertisement

କୁହାଯାଏ ନେତାଙ୍କ ପ୍ରକୃତ ପରିଚୟ ସେତବେଳେ ପଦାକୁ ଆସେ, ଯେତେବେଳେ ତାଙ୍କ ଅନୁପସ୍ଥିତିରେ ମଧ୍ୟ ଲୋକେ ତାଙ୍କୁ ଝୁରନ୍ତି, ତାଙ୍କ କାମକୁ ମନେ ପକାନ୍ତି । ନିଜ ନେତାଙ୍କ ବିରୋଧରେ ପଦେ ଶୁଣିଲେ, ଆଇନକୁ ହାତକୁ ନିଅନ୍ତି । ନେତାଙ୍କ ଆଗରେ ଢାଲ ହୋଇ ଛିଡା ହୁଅନ୍ତି । ବିକାଶର ବିଦ୍ରୋହୀଙ୍କ ବିରୋଧରେ ସ୍ୱର ଉଠାନ୍ତି । ଆଜି ଠିକ ସେଭଳି କିଛି ଘଟଣା ଦେଖିବାକୁ ମିଳିଥିଲା ସମ୍ବଲପୁର ଠାରେ।

ଛାତ୍ର କଂଗ୍ରେସ ପକ୍ଷରୁ ଆଜି ନିଟ ପରୀକ୍ଷା ବିଭ୍ରାଟକୁ କେନ୍ଦ୍ର କରି ସମ୍ବଲପୁରରେ ଏକ ସଭାର ଆୟୋଜନ କରାଯାଇଥିଲା । ଯେଉଁ ସଭାରେ ପିସିସି ସଭାପତିଙ୍କ ସହ ଛାତ୍ର କଂଗ୍ରେସର କିଛି ନେତା ଓ ଜାତୀୟ ପ୍ରଭାରୀ ଯୋଗ ଦେଇଥିଲେ । ସଭାର ଉଦ୍ଦେଶ୍ୟ ଥିଲା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ କୁତ୍ସାରଟନା କରିବା । କିନ୍ତୁ ଲୋକ ସମର୍ଥନ ପାଇବା ବଦଳରେ କଂଗ୍ରେସ ନେତାଙ୍କୁ ଓଲଟା ଗୋ ବ୍ୟକ୍, ଦେଶଦ୍ରୋହୀ ନାରା ଶୁଣିବାକୁ ମିଳିଛି ।

Advertisement

ନିଟ ବିଭ୍ରାଟରେ ଏକ ସ୍ୱଚ୍ଛ ତଦନ୍ତ ପାଇଁ ନିଜେ ମନ୍ତ୍ରୀ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ , ଜୟପୁର, ନାସିକ, ପୁଣେ, ଲାତୁର, ଏହିଲ୍ୟା ନଗରରେ ଚଢ଼ାଉ କରି ୧୩ ଜଣଙ୍କୁ ଗିରଫ କରିଛି । ୧୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ସ୍କାନର୍ ରେ ମଧ୍ୟ ରଖିଛି । ଜୁନ ୨୧ ରେ ହେବାକୁ ଥିବା ଆଗାମୀ ନିଟ ପରୀକ୍ଷା ପାଇଁ ଏୟାରଫୋର୍ସ ସାହାଯ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ବେଶ କଡାକଡି କରାଯାଇଛି । ସାଇବର ସିକ୍ୟୁରିଟି କୁ ଆଲର୍ଟ ରଖାଯାଇଛି । ପେପର ଲିକରେ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ସଙ୍ଗିନ ଦଫାରେ ମାମଲା ରୁଜୁ କରାଯାଇଛି । ଶିକ୍ଷାମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

କିନ୍ତୁ ଏଭଳି ଘଟଣାକୁ ଏକ ଏଜେଣ୍ଡା ବନାଇ ବିରୋଧୀ ଦଳ ଏକ ଶସ୍ତା ରାଜନୀତି କରୁଥିବା ସମ୍ବଲପୁରରେ ଗତ ଦୁଇ ଦିନ ହେଲା ଚର୍ଚ୍ଚା ହେଉଥିଲା । ଆଉ ଯେଉଁଥିପାଇଁ ନିଜ ପ୍ରିୟ ନେତାଙ୍କ ସପକ୍ଷରେ ସେମାନେ ଦେଖାଇଥିଲେ ଭଲ ପାଇବା । ଛାତ୍ର କଂଗ୍ରେସ ଜାତୀୟ ସ୍ଥରର ନେତାଙ୍କୁ ଟୁକୁଡା ଟୁକୁଡା ଗ୍ୟାଙ୍ଗ କହି ରାଲି ବେଳେ ନାରାବାଜି କରିଥିଲେ । ଦଲାଲ ଗୋ ବ୍ୟାକ୍ ବୋଲି ଚିତ୍କାର କରିଥିଲେ । ଯୁବକ, ମହିଳାଙ୍କ ସହ କିଛି ପ୍ରାପ୍ତ ବୟସ୍କ ମଧ୍ୟ ଧର୍ମେନ୍ଦ୍ରଙ୍କ ସପକ୍ଷରେ ବାହାରି ବିଭିନ୍ନ ହୋର୍ଡିଂ ଦ୍ୱାରା ଛାତ୍ର କଂଗ୍ରେସ ନେତାଙ୍କୁ ଦେଶଦ୍ରୋହୀ ବୋଲି କହିଥିଲେ । ଏଭଳି ଚିତ୍ର ଆଜି ଧର୍ମେନ୍ଦ୍ରଙ୍କ ପ୍ରତି ଲୋକଙ୍କ ଭଲ ପାଇବାକୁ ସାମ୍ନାକୁ ଆଣିଥିଲା। ସାଂସଦ ହେବାଠାରୁ ପାନୀୟ ଜଳ, ଗମନାଗମନ, ପର୍ଯ୍ୟଟନ, ଯୋଗାଯୋଗ କ୍ଷେତ୍ରରେ କାମ କରି ସମ୍ବଲପୁର ଲୋକଙ୍କ ଦିଲ୍ ଜିତିଥିବା ଧର୍ମେନ୍ଦ୍ରଙ୍କୁ ତାଙ୍କ ଅନୁପସ୍ଥିତିରେ ମିଳିଥିଲା ଭରପୁର ଜନ ସମର୍ଥନ। ଯାହାକି କଂଗ୍ରେସ ସଭାକୁ ଭଣ୍ଡୁର କରିଦେଇଥିଲା ।

Advertisement

Leave a Reply

Your email address will not be published. Required fields are marked *