ମସାଜ୍ ନେବା ପଡିପାରେ ମହଙ୍ଗା : ତଦନ୍ତ ପାଇଁ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ

ବାଲିଅନ୍ତା ଭିଡ଼ ଭିତରେ GRP କନେଷ୍ଟବଳ ସୌମ୍ୟ ରଞ୍ଜନ ସ୍ୱାଇଁ ମୃତ୍ୟୁ ମାମଲାକୁ ନେଇ ନୂଆ ମୋଡ଼। ଏନଏଚଆରସିରେ ଦାଖଲ ଅଭିଯୋଗ ଆଧାରରେ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ସିଆଇଡି-କ୍ରାଇମବ୍ରାଞ୍ଚ ପକ୍ଷରୁ ଚିଠି ଜାରି ହୋଇଛି।

ଏନଏଚଆରସିରେ ଦାଖଲ ହୋଇଥିବା ଅଭିଯୋଗରେ ମୃତ କନଷ୍ଟେବଳ ସୌମ୍ୟ ଙ୍କୁ ବରିଷ୍ଠ ଆଇପିଏସ ଅଧିକାରୀ ଘରୋଇ କାମରେ ଅବୈଧ ଭାବେ ନିୟୋଜିତ କରିଥିବା ଅଭିଯୋଗ ଉଠିଛି। ଏହି ଅଭିଯୋଗର ସତ୍ୟତା ଯାଞ୍ଚ ପାଇଁ ରେଲୱେ ଓ କୋଷ୍ଟାଲ ସିକ୍ୟୁରିଟି ଏଡିଜିଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି।

ଏପଟେ ସୌମ୍ୟ ରଞ୍ଜନ ସ୍ୱାଇଁ ମୃତ୍ୟୁ ଘଟଣାରେ ଏନଏଚଆରସି ଓ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି। ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ଏହି ନୂଆ ଅଭିଯୋଗ ମାମଲାକୁ ଆହୁରି ଗୁରୁତ୍ୱ ବଢ଼ାଇଛି । ମୃତ ସୌମ୍ୟଙ୍କ ମା ଏଡିଜି ଦୟାଲ ଗଙ୍ଗୱାରଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ ।

ସୌମ୍ୟ ଏଡିଜି ଙ୍କ ଘରକୁ ପ୍ରତିଦିନ ଯାଉଥିଲେ । ଏଡିଜିଙ୍କ ସେବା କରୁଥିଲେ। ମାଲିସ କରୁଥିଲେ । ଯେଉଁଥିପାଇଁ ସୌମ୍ୟ ଙ୍କ ହାତ ବିଣ୍ଡି ପଡିଯାଇଥିଲା ବୋଲି କହିଥିଲେ ପରିବାର ଲୋକେ। ସୌମ୍ୟ ମାନସିକ ସ୍ତରରେ ନିର୍ଯାତନା ପାଉଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ବର୍ତ୍ତମାନ ଦୟାଲ ଗଙ୍ଗୱାରଙ୍କ ପାଇଁ ଅଡ଼ୁଆ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

Leave a Reply

Your email address will not be published. Required fields are marked *