ପାୱାରଫୁଲ ହଣ୍ଡ୍ରେଡ ଲିଷ୍ଟରେ ଡିପି

Advertisement

ସେ ଯେତିକି ଲୋକପ୍ରିୟ, ସେତିକି ପ୍ରଭାବଶାଳୀ । କେବଳ ଓଡିଶା ନୁହେଁ, ଦେଶ ଦରବାରରେ ରହିଛି ତାଙ୍କରି ପ୍ରତିଷ୍ଠା। ଓଡ଼ିଶାରେ ବିଜେପିକୁ ସରକାର କୁ ଆଣିବାରେ ପ୍ରମୁଖ ତଥା ଗୁରୁ ଦାୟିତ୍ୱ ବହନ କରିଥିବା ଧର୍ମେନ୍ଦ୍ର ପ୍ରଧାନ ଏବେ ପୁଣି ଚର୍ଚ୍ଚାରେ । ଦେଶର ଶହେ ପ୍ରଭାବଶାଳୀ ବ୍ୟକ୍ତି ତାଲିକାର ୨୮ ନମ୍ବର ସ୍ଥାନରେ ଅଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜୁ ପଟ୍ଟନାୟକଙ୍କ ପରେ ଦ୍ଵିତୀୟ ରାଜନେତା ଭାବେ ଦିଲ୍ଲୀ ଦରବରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦବଦବା ଜାହିର କରିଛନ୍ତି। ରାଜନେତା ଭାବେ ସେ ତାଙ୍କର ଦକ୍ଷତା ବିଭିନ୍ନ ସମୟରେ ଦେଖାଇ ଚର୍ଚ୍ଚାରେ ରହିଛନ୍ତି । ଉତ୍ତରପ୍ରଦେଶ, ବିହାର, ଦିଲ୍ଲୀ, ଆସାମ, ଓଡିଶା ସହ ଦେଶର ବିଭିନ୍ନ ରାଜ୍ୟରେ ବିଜେପି ସରକାର ଗଠନ କରିବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଅଛି। ଏପରିକି ନିକଟରେ ଶେଷ ହୋଇଥିବା ବିହାର ନିର୍ବାଚନରେ ସେ ବିଜେପିର ଟ୍ରମ୍ପକାର୍ଡ ଥିଲେ। ଯେଉଁଥିପାଇଁ ସେ କେନ୍ଦ୍ରରେ ଖୋଦ ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଗୁଡବୁକରେ ରହିଛନ୍ତି।

ମୋଦୀ ସରକାରରେ ଲମ୍ବା ସମୟ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସେ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି। ଜଣେ ଉତ୍ତରମ ସାଙ୍ଗଠନିକ ଦକ୍ଷତା ଥିବା ନେତା ସାଙ୍ଗକୁ ରାଜନୈତିକ ଦୂରଦୂଷ୍ଟି ତାଙ୍କୁ ସଫଳତା ଦେଇଛି। ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରି ସଫଳତା ଲାଭ କରିଛନ୍ତି। ପୂର୍ବରୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଭାବେ ସେ ଅତ୍ୟନ୍ତ ପ୍ରଶଂସନୀୟ କାର୍ଯ୍ୟ କରି କେନ୍ଦ୍ରରେ ବହୁତ ପ୍ରଶଂସା ଲାଭ କରିଛନ୍ତି। ଶିକ୍ଷା ମନ୍ତ୍ରୀ ଭାବେ ସେ ଦେଶରେ ନୂତନ ଶିକ୍ଷା ନୀତି (ଏନଇପି)କୁ କାର୍ଯ୍ୟକାରୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Advertisement

କେବଳ ମନ୍ତ୍ରୀ ଭାବେ ନୁହେଁ, ଦଳର ଏକ ଦକ୍ଷ ନେତା ଭାବେ ମଧ୍ୟ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ପାଦନ କରିଛନ୍ତି। ବିହାର ଓ ହରିୟାଣାରେ ତାଙ୍କ ନେତୃତ୍ୱରେ ବିଜେପି ବିପୁଳ ବିଜୟ ଲାଭ କରିଥିଲା। ରାଜ୍ୟ ବିଜେପି ଓଡିଶାରେ ସରକାର ଗଠନ କରିବାରେ ତାଙ୍କ ଭୂମିକା ସମସ୍ତେ ଜାଣନ୍ତି। ଏବିଭିପିରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଧର୍ମେନ୍ଦ୍ର ପ୍ରଧାନ ସେ ସବୁଠୁ କମ ବୟସରେ ବିଜେପି ଯୁବ ମୋର୍ଚ୍ଚାର ଜାତୀୟ ସଭାପତି ହୋଇଥିଲେ। ଆଜି ତାଙ୍କର ନାମ ଦେଶର ଟପ୍ ୨୮ ପ୍ରଭାବଶାଳୀ ବ୍ୟକ୍ତି ଭାବେ ସ୍ଥାନ ପାଇଛି, ଯାହା ଓଡ଼ିଶା ପାଇଁ ଏକ ଗୌରବର ବିଷୟ l ଓଡିଶା ବିଜେପିର ଜଣେ ଟାଣୁଆ ରାଜନେତା ଭାବେ ସେ ଉଭା ହୋଇଛନ୍ତି l ସମ୍ବଲପୁର ସାଂସଦଙ୍କ ଏହି ସଫଳତା ପାଇଁ ସାରା ଦେଶରୁ ତାଙ୍କୁ ଶୁଭେଚ୍ଛାର ଶୁଅ ଛୁଟୁଛି l

Advertisement

Leave a Reply

Your email address will not be published. Required fields are marked *