ଆଉ ଜଙ୍ଗଲରେ ଚାଳିବନି ଜଙ୍ଗଲରାଜ

ଓଡିଶାରୁ ହଜିଯିବ ନକ୍ସଲଙ୍କ ନକ୍ସା । ଆଉ ଜଙ୍ଗଲରେ ଚଳିବନି ଜଙ୍ଗଲରାଜ । ମାଓବାଦୀଙ୍କୁ ଆଉ ମାତ୍ର ୮ ଦିନର ମହଲତ ।ସୁକୃ ସହ ରାଜ୍ୟରେ ଅଛନ୍ତି ୧୫ ହାର୍ଡକୋର୍। ବିଧାନସଭାରେ ମୁଖ୍ୟମନ୍ତ୍ରୀ ରଖିଥିବା ଏଭଳି କିଛି ତଥ୍ୟ ରଖିଛନ୍ତି । ନକ୍ସଲ ହିଂସା ଯୋଗୁଁ ୧୫ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଛି । ୫ ଜଣ ସରକାରୀ ବାବୁ ଓ ପୋଲିସ ବି ନକ୍ସଲ ଦ୍ୱାରା ହୋଇଛନ୍ତି ହତ୍ୟାକାଣ୍ଡର ଶିକାର ହୋଇଛନ୍ତି । ୨୦୨୧ ରୁ ୨୦୨୬ ମାର୍ଚ୍ଚ ୧୫ ମଧ୍ୟରେ ପୋଲିସ ଗୁଳିରେ ୫୦ ମାଓବାଦୀ ତଳି ପଡିଥିବା ବେଳେ ୭୮ ନକ୍ସଲ ଗିରଫ ଓ ୧୨୫ ଜଣ ଆତ୍ମସମର୍ପଣ କରିଛନ୍ତି । ସେପଟେ ମାଓ ଲିଡର୍ ସୁକୃ କୁ ଧରିବା ସହ ଆସନ୍ତା ୩୧ ତାରିଖ ସୁଦ୍ଧା ଓଡିଶାକୁ ମାଓ ମୁକ୍ତ କରିବା ପାଇଁ ଦମ୍ଭ ଦେଖାଇଛି ଓଡିଶା ପୋଲିସ। ବନ୍ଧୁକ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଡିଜିପିଙ୍କ ପକ୍ଷରୁ ଶେଷ ଚେତାବନୀ ଦିଆଯାଇଛି । ସରକାରଙ୍କ ପକ୍ଷରୁ ଯେଉଁ ପୁନର୍ବାସ ଯୋଜନା ହୋଇଛି, ତାର ଫାଇଦା ନେବାକୁ କହିଛନ୍ତି ଡିଜିପି ।

କନ୍ଧମାଳ -କଳାହାଣ୍ଡି -ରାୟଗଡା ଜିଲ୍ଲା ସୀମାବର୍ତ୍ତୀ ଅଳ୍ପ କିଛି ଅଞ୍ଚଳରେ ଅଛନ୍ତି ୧୫ ମାଓବାଦୀ । ଗତ ଦୁଇ ବର୍ଷରେ ରାଜ୍ୟରେ ୯୬ ଜଣ ମାଓବାଦୀ ଓ ମିଲିସିଆ ଆତ୍ମସମର୍ପଣ କରିଛନ୍ତି । କନ୍ଧମାଳ ଜିଲ୍ଲାକୁ ମୁଖ୍ୟତଃ ମାଓବାଦୀ ପ୍ରଭାବିତ ଜିଲ୍ଲା ଭାବରେ ବିବେଚିତ କରାଯାଉଛି । ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା ଏବଂ ରାୟଗଡା ଜିଲ୍ଲା ଗୁଡିକରୁ ପ୍ରାୟତଃ ମାଓ କାର୍ଯ୍ୟକଳାପ ଲୋପ ପାଇଥିବା ସୂଚନା ଦେଇଛନ୍ତି ଡିଜିପି । ସେପଟେ ନିଶା କାରବାର ଓ ମାଫିଆଙ୍କ ପ୍ରଚ୍ଛଦପଟ ରେ ମାଓବାଦୀ ରହୁଥିବାରୁ ସେମାନଙ୍କୁ କଡା ହସ୍ତରେ ଦମନ କରିଛି ଓଡିଶା ପୋଲିସ । ଗୁରୁପ୍ରିୟା ସେତୁ ହେବା ପରେ ବିଚ୍ଛିନ୍ନାଞ୍ଚଳରେ ନିଷ୍ପେସିତ ଭାବେ ବଞ୍ଚୁଥିବା ଲୋକଙ୍କ ସ୍ୱାଭିମାନ ଫେରିଛି। ଏଣୁ ମାରଣାସ୍ତ୍ର ଛାଡି ଶାନ୍ତିରେ ବଞ୍ଚିବାକୁ ଆହ୍ଵାନ ଦେଇଛନ୍ତି ଡିଜିପି ।

Leave a Reply

Your email address will not be published. Required fields are marked *