କାମ ନକରିବାରୁ ନାବାଳିକାକୁ ଚେଙ୍କ

Advertisement

ସାମ୍ନାକୁ ଆସିଲା ଶିଶୁ ଶ୍ରମିକ ପ୍ରଥାର କରୁଣ ଚିତ୍ର। କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ବରଂ ରାଜଧାନୀର ଛାତି ଉପରେ ଘଟିଛି ଏଭଳି ଅଭାବନୀୟ କାଣ୍ଡ । ୧୨ ବର୍ଷୀୟା ନାବାଳିକାଙ୍କୁ ଶୈଳଶ୍ରୀ ବିହାର ଅଞ୍ଚଳରେ ଦିଆଯାଇଛି ଅକଥନୀୟ ନିର୍ଯ୍ୟାତନା । ମାସିକ ୨ ହଜାର ଟଙ୍କା ଦେଇ କେନ୍ଦୁଝର ଯୋଡ଼ା ଅଞ୍ଚଳରୁ ଜଣେ ନାବାଳିକା ଙ୍କୁ ଆଣି କାମ କରିବାକୁ ଘରେ ରଖିଥିଲେ ଦମ୍ପତ୍ତି । କାମ ନକଲେ, ଦେଉଥିଲେ ନିସ୍ତୁକ ମାଡ଼ । ଏଭଳି ଏକ ଖବର ପାଇବା ପରେ ଆଜି ରୁଚିକା ସମାଜ ମଙ୍ଗଳ ସଂଗଠନ କର୍ମକର୍ତ୍ତା ସେଠାରେ ପହଁଚି କୁନି ପିଲାଟିକୁ ଉଦ୍ଧାର କରିଛନ୍ତି । ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତୀ ମଧ୍ୟ କରିଛନ୍ତି।

ଏ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ପରେ ଘର ମାଲିକଙ୍କୁ ଆଣି ପଚରାଉଚରା କରୁଛି ପୋଲିସ। ପିଲାଟିକୁ କିଏ ଆଣି ଶିଶୁ ଶ୍ରମିକ ଭାବେ ରଖିଥିଲା, ସେ ନେଇ ଚାଲିଛି ଛାନଭିନ । ଅନ୍ୟପଟେ ବିଧାନସଭା ର ତଥ୍ୟ ମୁତାବକ ୨୦୨୫ ମସିହାରେ ୧୫୯ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । କିଛିଦିନ ତଳେ ଶିଶୁଙ୍କୁ ଭଡାରେ ଆଣି ଭିକ୍ଷାବୃତ୍ତିରେ ଲିପ୍ତ କରୁଥିବା ଗ୍ୟାଙ୍ଗକୁ ମଧ୍ୟ ଠାବ କରିଥିଲା ବ୍ରହ୍ମପୁର ପୋଲିସ । ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପରେ ଆକ୍ସନ ମୋଡ଼କୁ ଆସିଥିଲା ଶିଶୁ କମିଶନ । ତେବେ ଏଭଳି ଘଟଣାକୁ ରୋକିବା ପ୍ରଶାସନ ପାଇଁ ଏକ ବଡ଼ ଚ୍ୟଲେଞ୍ଜ ବୋଲି ସୂଚନା ଦେଇଛନ୍ତି ବିଶେଷଜ୍ଞ । ବାରମ୍ବାର ସଚେତନ କରାଯାଉଛି । ବିଭିନ୍ନ ସ୍ଥାନରେ ଛାପା ମରାଯାଉଛି । ତଥାପି ରାଜ୍ୟରୁ ଶିଶୁ ଶ୍ରମିକ ପ୍ରଥା ନକମିବା, ଏବେ ସୃଷ୍ଟି କରିଛି ବଡ଼ ଚ୍ୟାଲେଞ୍ଜ ।

Advertisement
Advertisement

Leave a Reply

Your email address will not be published. Required fields are marked *