୫ ରାଜ୍ୟରେ ଭୋଟର ମାଲେମାଲ, ମାସରେ ଜବତ ହୋଇଛି ୬୫୧ କୋଟିର ସାମଗ୍ରୀ

Advertisement

ନିର୍ବାଚନ ହେଉଥିବା ୫ ରାଜ୍ୟରୁ ଗତ ମାସକ ମଧ୍ୟରେ ୬୫୧ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ, ମଦ ଓ କ୍ୟାସ ଜବତ ହୋଇଛି। ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। କମିଶନଙ୍କ ଦ୍ବାରା ନିଯୁକ୍ତ ସର୍ଭେଲାନ୍ସ ଟିମ ଦ୍ବାରା ଏହି ଜବତ କରାଯାଇଛି। ଗତ ମାର୍ଚ୍ଚ ୧୫ ତାରିଖରେ ନିର୍ବାଚନ କମିଶନ ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ପୁଦୁଚେରୀ, ଆସାମ ନିର୍ବାଚନ ହେଉଥିବା ୫ ରାଜ୍ୟରୁ ଗତ ମାସକ ମଧ୍ୟରେ ୬୫୧ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ, ମଦ ଓ କ୍ୟାସ ଜବତ ହୋଇଛି। ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। କମିଶନଙ୍କ ଦ୍ବାରା ନିଯୁକ୍ତ ସର୍ଭେଇଲାନ୍ସ ଟିମ ଦ୍ବାରା ଏହି ଜବତ କରାଯାଇଛି।

ଗତ ମାର୍ଚ୍ଚ ୧୫ ତାରିଖରେ ନିର୍ବାଚନ କମିଶନ ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଓ ପୁଡୁଚେରୀରେ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ। ଏହିସବୁ ରାଜ୍ୟରେ ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବାକୁ କମିଶନ ଏହିସବୁ ରାଜ୍ୟ ଓ ଏବଂ ସୀମାନ୍ତବର୍ତ୍ତୀ ଅନ୍ୟ ୧୨ ରାଜ୍ୟମାନଙ୍କୁ ସତର୍କ କରାଯାଇଛି। ଏଥିପାଇଁ କମିଶନ ଏହିସବୁ ରାଜ୍ୟର ପୁଲିସ ଡିଜି ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଏକାଧିକ ବୈଠକ କରିଛନ୍ତି। ଭୋଟରଙ୍କୁ ପ୍ରଲୋଭିତ ନକରିବା ପାଇଁ ବାରମ୍ବାର ରାଜନୈତିକ ଦଳଗୁଡିକୁ ସଚେତନ କରିବା ସହ କମିଶନ ୫୧୭୩ଟି ଫ୍ଲାଇଁ ସ୍ବାର୍ଡ ଗଠନ କରିଛନ୍ତି। ଏଥିସହିତ ୫୨୦୦ ଷ୍ଟାଟିକ ସର୍ଭେଇଲାନ୍ସ ଟିମ ଗଠନ କରାଯାଇଛି। ଏହି ଷ୍ଟାଟିକ ସର୍ଭେଇଲାନ୍ସ ଟିମ ବିଭିନ୍ନ ସ୍ଥାନରେ ଅତର୍କିତ ଭାବେ ନାକାବନ୍ଦି କରି ଯାଞ୍ଚ କରୁଛନ୍ତି। ମାର୍ଚ୍ଚ ୧୫ ତାରିଖରେ ନିର୍ବାଚନ ତାରିଖ ଘୋଷଣା ହୋଇଥିଲେ ମଧ୍ୟ ଏହି ୫ ରାଜ୍ୟରେ ଫେବୃଆରୀ ୨୬ ତାରିଖରୁ ଇଲୋକ୍ଟ୍ରୋନିକ୍ସ ସିଜର ମ୍ୟାନେଜମେଣ୍ଟ ସିଷ୍ଟମ କାର୍ଯ୍ୟକ୍ଷମ କରାଯାଇଛି।

Advertisement

ଗତ ମାସ ମଧ୍ୟରେ ଫ୍ଲାଇଁ ସ୍କାର୍ଡ ଓ ଷ୍ଟାଟିକ ସର୍ଭେଇଲାନ୍ସ ଟିମର ଚଡାଉରେ ତାମିଲନାଡୁରୁ ସର୍ବାଧିକ ୩୦ କୋଟି ନଗଦ ଟଙ୍କା ଜବତ କରାଯାଇଛି। ପଶ୍ଚିମବଙ୍ଗରୁ ୧୧ କୋଟି, କେରଳରୁ ୮ କୋଟି, ଆସାନରୁ ୪ କୋଟି ଓ ପୁଡୁଚେରୀରୁ ୨୦ ଲକ୍ଷ କ୍ୟାସ ଜବତ ହୋଇଛି। ସେହିଭଳି ପଶ୍ଚିମବଙ୍ଗରୁ ସର୍ବାଧିକ ୨୧ଲକ୍ଷ ୨୯ ହଜାର ୧୦୩ ଲିଟର ମଦ ଜବତ ହୋଇଛି। ଜବତ ମଦର ଆନୁମାନିକ ମୁଲ୍ୟ ୫୫ କୋଟି ହେବ। ଆସାମରୁ ୨୦ କୋଟି ଟଙ୍କାର ୬ଲକ୍ଷ ୮୪ହଜାର ୬୨୭ ଲିଟର ମଦ ଜବତ ହୋଇଛି। ତାମିଲନାଡୁରୁ ୭୪ହଜାର ୨୯ ଲିଟର ଏବଂ କେରଳରୁ ୬୪ ହଜାର ୮୬୨ ଲିଟର ମଦ ଜବତ ହୋଇଛି। ତାମିଲନାଡୁରୁ ସର୍ବାଧିକ ୬୭ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ ହୋଇଥିବା ବେଳେ ପଶ୍ଚିମବଙ୍ଗରୁ ୬୫ କୋଟି, ଆସାମରୁ ୫୬ କୋଟି, କେରଳରୁ ୪୧ କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଛି। ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଉଦ୍ଦିଷ୍ଟ ୧୫୦ କୋଟି ଟଙ୍କା ମୂଲ୍ୟର ଉପହାର ପଶ୍ଚିମବଙ୍ଗରୁ ଜବତ ହୋଇଛି। ତାମିଲନାଡୁରୁ ୬୩ କୋଟି ଟଙ୍କା ମୂଲ୍ୟର ଉପହାର ସାମଗ୍ରୀ ଓ ଆସାମରୁ ୧୩ କୋଟି ଟଙ୍କାର ଉପହାର ସାମଗ୍ରୀ ଜବତ ହୋଇଛି। ଜବତ ସମସ୍ତ ସାମଗ୍ରୀର ମୂଲ୍ୟ ୬୫୧ କୋଟି ୫୧ ଲକ୍ଷ ଟଙ୍କା ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ସାମଗ୍ରୀକ ଭାବେ କ୍ୟାସ, ମଦ, ଡ୍ରଗ୍ସ, ଉପହାର ଆଦିରେ ପଶ୍ଚିମବଙ୍ଗ ସବୁଠୁ ଆଗରେ ରହିଛି।

ଆସାମ, କେରଳ ଓ ପୁଡୁଚେରୀରେ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ। ଏହିସବୁ ରାଜ୍ୟରେ ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବାକୁ କମିଶନ ଏହିସବୁ ରାଜ୍ୟ ଓ ଏବଂ ସୀମାନ୍ତବର୍ତ୍ତୀ ଅନ୍ୟ ୧୨ ରାଜ୍ୟମାନଙ୍କୁ ସତର୍କ କରାଯାଇଛି। ଏଥିପାଇଁ କମିଶନ ଏହିସବୁ ରାଜ୍ୟର ପୁଲିସ ଡିଜି ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଏକାଧିକ ବୈଠକ କରିଛନ୍ତି। ଭୋଟରଙ୍କୁ ପ୍ରଲୋଭିତ ନକରିବା ପାଇଁ ବାରମ୍ବାର ରାଜନୈତିକ ଦଳଗୁଡିକୁ ସଚେତନ କରିବା ସହ କମିଶନ ୫୧୭୩ଟି ଫ୍ଲାଇଁ ସ୍ବାର୍ଡ ଗଠନ କରିଛନ୍ତି। ଏଥିସହିତ ୫୨୦୦ ଷ୍ଟାଟିକ ସର୍ଭେଇଲାନ୍ସ ଟିମ ଗଠନ କରାଯାଇଛି। ଏହି ଷ୍ଟାଟିକ ସର୍ଭେଇଲାନ୍ସ ଟିମ ବିଭିନ୍ନ ସ୍ଥାନରେ ଅତର୍କିତ ଭାବେ ନାକାବନ୍ଦି କରି ଯାଞ୍ଚ କରୁଛନ୍ତି। ମାର୍ଚ୍ଚ ୧୫ ତାରିଖରେ ନିର୍ବାଚନ ତାରିଖ ଘୋଷଣା ହୋଇଥିଲେ ମଧ୍ୟ ଏହି ୫ ରାଜ୍ୟରେ ଫେବୃଆରୀ ୨୬ ତାରିଖରୁ ଇଲୋକ୍ଟ୍ରୋନିକ୍ସ ସିଜର ମ୍ୟାନେଜମେଣ୍ଟ ସିଷ୍ଟମ କାର୍ଯ୍ୟକ୍ଷମ କରାଯାଇଛି।

ଗତ ମାସ ମଧ୍ୟରେ ଫ୍ଲାଇଁ ସ୍କାର୍ଡ ଓ ଷ୍ଟାଟିକ ସର୍ଭେଇଲାନ୍ସ ଟିମର ଚଡାଉରେ ତାମିଲନାଡୁରୁ ସର୍ବାଧିକ ୩୦ କୋଟି ନଗଦ ଟଙ୍କା ଜବତ କରାଯାଇଛି। ପଶ୍ଚିମବଙ୍ଗରୁ ୧୧ କୋଟି, କେରଳରୁ ୮ କୋଟି, ଆସାନରୁ ୪ କୋଟି ଓ ପୁଡୁଚେରୀରୁ ୨୦ ଲକ୍ଷ କ୍ୟାସ ଜବତ ହୋଇଛି। ସେହିଭଳି ପଶ୍ଚିମବଙ୍ଗରୁ ସର୍ବାଧିକ ୨୧ଲକ୍ଷ ୨୯ ହଜାର ୧୦୩ ଲିଟର ମଦ ଜବତ ହୋଇଛି। ଜବତ ମଦର ଆନୁମାନିକ ମୁଲ୍ୟ ୫୫ କୋଟି ହେବ। ଆସାମରୁ ୨୦ କୋଟି ଟଙ୍କାର ୬ଲକ୍ଷ ୮୪ହଜାର ୬୨୭ ଲିଟର ମଦ ଜବତ ହୋଇଛି। ତାମିଲନାଡୁରୁ ୭୪ହଜାର ୨୯ ଲିଟର ଏବଂ କେରଳରୁ ୬୪ ହଜାର ୮୬୨ ଲିଟର ମଦ ଜବତ ହୋଇଛି। ତାମିଲନାଡୁରୁ ସର୍ବାଧିକ ୬୭ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ ହୋଇଥିବା ବେଳେ ପଶ୍ଚିମବଙ୍ଗରୁ ୬୫ କୋଟି, ଆସାମରୁ ୫୬ କୋଟି, କେରଳରୁ ୪୧ କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଛି। ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଉଦ୍ଦିଷ୍ଟ ୧୫୦ କୋଟି ଟଙ୍କା ମୂଲ୍ୟର ଉପହାର ପଶ୍ଚିମବଙ୍ଗରୁ ଜବତ ହୋଇଛି। ତାମିଲନାଡୁରୁ ୬୩ କୋଟି ଟଙ୍କା ମୂଲ୍ୟର ଉପହାର ସାମଗ୍ରୀ ଓ ଆସାମରୁ ୧୩ କୋଟି ଟଙ୍କାର ଉପହାର ସାମଗ୍ରୀ ଜବତ ହୋଇଛି। ଜବତ ସମସ୍ତ ସାମଗ୍ରୀର ମୂଲ୍ୟ ୬୫୧ କୋଟି ୫୧ ଲକ୍ଷ ଟଙ୍କା ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ସାମଗ୍ରୀକ ଭାବେ କ୍ୟାସ, ମଦ, ଡ୍ରଗ୍ସ, ଉପହାର ଆଦିରେ ପଶ୍ଚିମବଙ୍ଗ ସବୁଠୁ ଆଗରେ ରହିଛି।

Advertisement

Leave a Reply

Your email address will not be published. Required fields are marked *