ଜାଲିଆ ଯନ୍ତ୍ରୀଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ

Advertisement

ଗିରଫ ହେଲେ ଜାଲିଆ ଯନ୍ତ୍ରୀ। ଉପବାଚସ୍ପତିଙ୍କ ନକଲି ଦସ୍ତଖତରେ ବଦଳି ଷଡଯନ୍ତ୍ର ଘଟଣାରେ ବଡ଼ ଅପଡେଟ । ଯନ୍ତ୍ରୀଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ। ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମଙ୍କୁ ଗିରଫ ପରେ କୋର୍ଟଚାଲାଣ କଲା ପୋଲିସ । ଉପବାଚସ୍ପତିଙ୍କ ଏତଲା ଆଧାରରେ ଦୁଇ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଓଡିଶା ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଦସ୍ତଖତ ନକଲ କରି ଅଡ଼ୁଆରେ ପଡ଼ିଥିଲେ ୨ ସହକାରୀ ଯନ୍ତ୍ରୀ ।

ସେମାନେ ହେଲେ ବାଂଶପାଳ ବ୍ଲକ ସହକାରୀ ଯନ୍ତ୍ରୀ ମୋନାଲିସା ବେହେରା ଓ ହରିଚନ୍ଦନପୁର ବ୍ଲକ ର ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମ । ଦୁହିଁଙ୍କ ବିରୋଧରେ ଆସିଥିଲା ଗୁରୁତର ଅଭିଯୋଗ। ଉପବାଚସ୍ପତି ଙ୍କ ବ୍ୟକ୍ତିଗତ ସଚିବ ଏ ସମ୍ପର୍କରେ ଜଣାଇବା ପରେ ମାମଲା ରୁଜୁ କରିଥିଲା କ୍ୟାପିଟାଲ ଥାନା ପୋଲିସ । ପୋଲିସ ଏଭଳି ଏକ ଅଭିଯୋଗ ପାଇବା ପରେ ଏତଲା ରୁଜୁ କରି ଚଳାଇଥିଲା ତଦନ୍ତ।

Advertisement
Advertisement

Leave a Reply

Your email address will not be published. Required fields are marked *