ଭୁବନେଶ୍ୱରରେ ପପୁନ ମାଝୀକୁ ଏନକାଉଣ୍ଟର୍

ଡିଜିପିଙ୍କ ନିର୍ଦ୍ଦେଶ ଆଉ କମିଶନରେଟ ପୋଲିସର ୱାର୍କ ଆଉଟ। ପୂର୍ବରୁ ଚେତାବନୀ ପରେ ଏବେ ପୋଲିସର ଆକ୍ସନ। ରାଜଧାନୀରେ ହାର୍ଡକୋର ଅପରାଧୀକୁ ଏନକାଉଣ୍ଟର । କୁଖ୍ୟାତ ଡ୍ରଗ୍ସ ମାଫିଆକୁ ଏନକାଉଣ୍ଟର । ଗଞ୍ଜାମ ଜଗନ୍ନାଥ ପ୍ରସାଦର ପପୁନ ମାଝୀକୁ ଏନକାଉଣ୍ଟର। ହାର୍ଡକୋର ନିଶା ମାଫିଆଙ୍କୁ ଏନକାଉଣ୍ଟର କରି ଘାଇଲା କଲା ସ୍ପେଶାଲ କ୍ରାଇମ ୟୁନିଟ। ଇନ୍ଫୋଭ୍ୟାଲି ଥାନା ଅରିସଲ ନିକଟରେ ପପୁନ ଏକ ନିଶା ସାମଗ୍ରୀ ବିକ୍ରି ନେଇ ଖବର ପାଇବା ପରେ ଚଢ଼ାଉ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ।

ପୋଲିସକୁ ଦେଖି ଖସିଯିବାକୁ ଉଦ୍ୟମ କରୁଥିଲା ଅଭିଯୁକ୍ତ ଜଣଙ୍କ । ଏପରିକି ପୋଲିସ ଉପରକୁ ଗୁଳିମାଡ଼ କରିଥିଲା। ପୋଲିସ ଆତ୍ମରକ୍ଷା ପାଇଁ ପାଲଟା ଗୁଳିଚାଳନା ବେଳେ ଆହତ ହୋଇଥିଲେ ପପୁନ । ତାକୁ ପ୍ରାଥମିକ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ଅପରାଧୀଙ୍କୁ ଦମନ ପାଇଁ ସାରା ଓଡ଼ିଶାରେ ଜାରି ରହିଛି ଏନକାଉଣ୍ଟର ଫଣ୍ଡା।

Leave a Reply

Your email address will not be published. Required fields are marked *