ଡିଫେଣ୍ଡର ର ଡିଫେନ୍ସ ସିଷ୍ଟମ ଆଗରେ ହାର ମାନିଲେ ଲୁଟେରା

ଦୁଇ କୋଟି ଟଙ୍କାର ଦାମୀ ଗାଡି ଲ୍ୟାଣ୍ଡରୋଭର ଡିଫେଣ୍ଡର । ଏ ଗାଡି କିଣିବେ ବୋଲି ୨ ଯୁବକ ପାହାଳ ନିକଟରେ ଥିବା ସୋରୁମ ବୁଲି ଦେଖିବା ପରେ ଗତକାଲି ଟେଷ୍ଟ ଡ୍ରାଇଭ ପାଇଁ ମଗାଇଥିଲେ। କିନ୍ତୁ ଉଦ୍ଦେଶ୍ୟ ଥିଲା ଅଲଗା । ସେଲ୍ସ୍ ଟିମ ଭରତପୁର ଅଞ୍ଚଳରେ ପହଞ୍ଚିବା ପରେ ଏହି ଗେଷ୍ଟ ହାଉସ ନିକଟକୁ ଆଲୋଚନା ର ବାହାନା କରି ଟିମ ମେମ୍ବରଙ୍କୁ ନେଇଯାଇଥିଲେ । ଆଉ ସେହିଠାରୁ ଆରମ୍ଭ ହୋଇଥିଲା ପ୍ରକୃତ କ୍ରାଇମର ବ୍ଲୁ ପ୍ରିଣ୍ଟ। ସେଲ୍ଫ ଡ୍ରାଇଭ ପାଇଁ ଆସିଥିବା ଟିମ ମେମ୍ବରଙ୍କୁ ଘରେ ବନ୍ଦ କରି ନିସ୍ତୁକ ମାଡ଼ ମାରିଥିଲେ । ଚାବି ଛଡାଇ ନେଇ ଦାମୀ ଗାଡି ଧରି ଛୁ ମାରିଥିଲେ । କଳେ ବଳେ କୌଶଳେ ସେଠାରେ ଖସି ଆସି ଭରତପୁର ଥାନାରେ ଅଭିଯୋଗ କରିଥିଲେ ସୋରୁମ କର୍ମଚାରୀ।

ଗାଡି ଚୋରି ସମ୍ପର୍କରେ ହେଡ ଅଫିସକୁ ଜଣାଇବା ପରେ ଲକିଂ ସିଷ୍ଟମ ଦ୍ୱାରା ଗାଡି କୁ ଟ୍ରେସ କରିବାରେ ସକ୍ଷମ ହୋଇଥିଲା ପୋଲିସ। କିନ୍ତୁ ସେତବେଳେକୁ ଗାଡିଟି ଯାଇ ଦେଢ଼ ଶହ କିଲୋମିଟର ଦୂର ଖଲ୍ଲିକୋଟ ରେ ପହଁଚି ସାରିଥିଲା। ଗାଡି ଧରି ଚମ୍ପଟ ମାରିଥିବା ବ୍ୟକ୍ତି ଗରାଖ ନୁହେଁ ବରଂ ବିହାରୀ ଓ ଝାଡଖଣ୍ଡି ଲୁଟେରା ବୋଲି ଜାଣିବାକୁ ପାଇଛି ପୋଲିସ। ଘଟଣାରେ ସଂପୃକ୍ତ ଥିବା ଏକାଧିକ ଲୁଟେରାଙ୍କୁ ମଧ୍ୟ କାବୁ କରିଛି ପୋଲିସ। ଲୁଟେରା ସିସିଟିଭି ମଧ୍ୟ ଲାଗିଛି ପୋଲିସ ହାତରେ । ହୋଟେଲରେ ନିଶା ଖାଇବା ପରେ କିଭଳି ଅପରାଧର ପ୍ଲଟ ତିଆରି କରିଥିଲେ, ସେ ନେଇ ଛାନଭିନ ଚଳାଇଛି ସାଇଣ୍ଟିଫିକ ଟିମ । ତେବେ ଟେଷ୍ଟ ଡ୍ରାଇଭ ବେଳେ ଗାଡି ଲୁଟ ପରେ ପରେ ଆଗାମୀ ଦିନରେ ଅଧିକ ସଚେତନ ହେବା ଉପରେ ଗୁରୁତ୍ୱାରୋପ କରିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ। ଟେଷ୍ଟ ଡ୍ରାଇଭ ଓ ସେଲ୍ଫ ଡ୍ରାଇଭ ଆଳରେ ଗାଡି ଲୁଟ ଘଟଣା ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟୁଛି । ବାରମ୍ବାର ସଚେତନତା ଓ ଚେତାବନୀ ପରେ ମଧ୍ୟ ବୋଲ ମାନୁନାହାନ୍ତି ଅପରାଧି ।

Leave a Reply

Your email address will not be published. Required fields are marked *